ଆଜି ଶୀକ୍ଷେତ୍ରର ଶ୍ରୀମନ୍ଦିରରେ ହେବ ମହାପ୍ରଭୁଙ୍କ ଦୟଣା ଚୋରି ନୀତି । ବେଙ୍ଗାଲୁରୁ ଆସି ପହଞ୍ଚିଛି ମହାପ୍ରଭୁଙ୍କ ଦୟଣା । ଓଡିଶାରେ ଦୟଣା ଉତ୍ପାଦନ ହୋଇପାରୁନଥିବାରୁ ବେଙ୍ଗାଲୁରୁରୁ କିଛି ଓଡ଼ିଆ ଏହାକୁ ପଠାଇଛନ୍ତି । ପୂର୍ବରୁ ଦକ୍ଷିଣ ଭାରତରୁ ମହାପ୍ରଭୁଙ୍କ ପାଇଁ ଦୟଣା ଆସିବାର ପରମ୍ପରା ରହିଛି । ଜଗନ୍ନାଥ ସଂସ୍କୃତି ଅନୁସାରେ ପ୍ରଭୁ ଶ୍ରୀ ଜଗନ୍ନାଥ ଆଜି ଦିନରେ ଜଗନ୍ନାଥ ବଲ୍ଲଭରେ ଦୟଣା ଚୋରି କରିଥିଲେ । ଦୟଣା ଓ ପୁଷ୍ପ ପ୍ରିୟ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଲାଗି ଏହି ନୀତି ପାଳନ ହୁଏ ।