ଦରବୃଦ୍ଧିକୁ ନେଇ ଖାଉଟୀମାନେ ତ୍ରାହିତ୍ରାହି ଡାକ ଛାଡୁଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀଠାରୁ ଆରମ୍ଭ କରି ପନିପରିବା ଦରରେ ଅହେତୁକ ବୃଦ୍ଧି ଘଟୁଥିବାରୁ ଖାଉଟୀମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ଏହି ଦରବୃଦ୍ଧି ଆଗକୁ ମଧ୍ୟ ଜାରି ରହିବ ବୋଲି ବ୍ୟବସାୟୀମାନେ ଆଶଙ୍କା ପ୍ରକାଶ କରୁଛନ୍ତି । ଚଳିତ ମାସରେ ଟମାଟୋ ଦର ୩୦୦ଟଙ୍କା ଛୁଇଁବ ବୋଳି ଆକଳନ କରାଯାଇଛି । ବ୍ୟବସାୟୀମାନେ ଏ ନେଇ ସୂଚନା ଦେଇଛନ୍ତି । ଏହାଛଡା ଚଳିତ ମାସରେ ଭେଣ୍ଡି, କଲରା, କ୍ୟାପ୍ସିକମ୍ ସହିତ ଅନ୍ୟାନ୍ୟ ସବୁଜ ପନିପରିବା ଦରରେ ମଧ୍ୟ ବୃଦ୍ଧି ଘଟିବାର ସମ୍ଭାବନା ରହିଛି । ଏହି ଦର ବୃଦ୍ଧିର କାରଣ ପଛରେ ପ୍ରବଳ ବର୍ଷା ଓ ବନ୍ୟା ବୋଲି କୁହାଯାଉଛି । ବର୍ଷା ଯୋଗୁଁ ବହୁ ରାଜ୍ୟରେ ଟମାଟୋ ଫସଲ ସଂପୂର୍ଣ୍ଣ ନଷ୍ଟ ହୋଇଛି । ସାରା ଦେଶରେ ଟମାଯୋ ଉତ୍ପାଦନ ହ୍ରାସ ପାଇଥିବା ବେଳେ ବଜାରଗୁଡିକୁ ଟମାଟୋ ଯୋଗାଣ ପ୍ରଭାବିତ ହୋଇଛି । ଗତ ଏକମାସରୁ ଅଧିକ ସମୟ ହେବ ଟମାଟୋର ଅହେତୁକ ଦର ବୃଦ୍ଧି ଗ୍ରାହକମାନଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ଅଗଷ୍ଟ ମସାରେ ମୂଲ୍ୟ ବୃଦ୍ଧିରୁ ତ୍ରାହି ମିଳିବ ବୋଲି ଯେଉଁ ଆଶା କରାଯାଉଥିଲା ତାହା ବର୍ଷା ଓ ବନ୍ୟା ଯୋଗୁଁ ମଉଳି ଯାଇଛି । ହିମାଚଳ ପ୍ରଦେଶରେ ଭୀଷର ବର୍ଷା, ବନ୍ୟା ଓ ଭୂସ୍ଖଳନ ଲାଗି ରହିଥିବାରୁ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି । ପରିବା ବୋଝେଇ ଟ୍ରକ୍ଗୁଡିକ ଏହି କାରଣରୁ ଠିକ୍ସ ମୟରେ ବଜାରରେ ପହଞ୍ଚ ପାରୁନାହିଁ । ତେଣୁ ଟମାଟୋ ଦର ୩୦୦ ଛୁଇଁପାରେ ବୋଲି ଆଶା କରାଯାଉଛି । କେବଳ ଟମାଟୋ ନୁହେଁ ଅନ୍ୟ ପନିପରିବା ଦର ମଧ୍ୟ ଆକାଶ ଛୁଆଁ ହୋଇପାରେ । ଗତ ମାସକରୁ ଉଦ୍ଧ୍ୱର୍ ହେବ ଟମାଟୋ ଦର ୧୫୦ ରୁ ୨୦୦ଟଙ୍କାରେ ବିକ୍ରି ହେଉଛି ।