ସ୍ୱାଭାବିକ ହେଲା ବାହାନଗା ବଜାର ରେଳ ଷ୍ଟେସନ । ୨୬ ଦିନରେ ଷ୍ଟେସନରେ ରହିଲା ଟ୍ରେନ୍ । ସିଗନାଲିଂ ସିଷ୍ଟମ ସ୍ୱାଭାବିକ ସହ ଷ୍ଟେସନରେ ରହିଲା ଟ୍ରେନ । ଷ୍ଟେସନ ସ୍ୱାଭାବିକ ନେଇ ଦକ୍ଷିଣ ପୂର୍ବ ରେଳପଥର ମୁଖ୍ୟ ଜନସଂପର୍କ ଅଧିକାରୀ ଏହି ସୂଚନା ଦେଇଛନ୍ତି । ଗତ ଜୁନ ୨ ତାରିଖରେ ସେଠାରେ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହେବା ପରେ ଜୁନ ୧୦ ତାରିଖରେ ଘୋଷଣା କରାଯାଇଥିଲା ଯେ ଏବେ ବାହାନଗା ବଜାର ରେଳ ଷ୍ଟେସନରେ କୌଣସି ଟ୍ରେନ ରହିବ ନାହିଁ । ଷ୍ଟେସନର ରିଲେ ରୁମ୍, ପ୍ୟାନେଲ ଓ ଅନ୍ୟାନ୍ୟ ଯନ୍ତ୍ରପାତି ତଦନ୍ତ ପରିସରଭୁକ୍ତ ଥିବାରୁ ସିବିଆଇ ଏହାକୁ ସିଲ୍ କରି ଦେଇଥିଲା । ତେଣୁ ସେଠାରେ ଟ୍ରେନ ରହିବ ନାହିଁ ବୋଲି ରେଳବାଇ ପକ୍ଷରୁ କୁହାଯାଇଥିଲା । ବାହାନଗା ଟ୍ରେନ ଦୁର୍ଘଟଣାରେ ୨୯୨ ଜଣଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ୨୮୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୪ ଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା । ଏହି ଘଟଣାର ତଦନ୍ତ ସିବିଆଇ କରୁଛି । ସିବିଆଇ ସୋର ସେକ୍ସନ ସିଗ୍ନାଲ ଜେଇ ଓ ବାହାନଗା ବଜାର ଷ୍ଟେସନର ଷ୍ଟେସନ ମାଷ୍ଟରଙ୍କୁ ପଚରାଉଚରା କରିଛି । କିନ୍ତୁ ଏଯାବତ ସିବିଆଇ ଏହି ଘଟଣାରେ କାହାକୁ ଗିରଫ କରିନାହିଁ । ଅନ୍ୟପକ୍ଷରେ ବାହାନଗା ଟ୍ରେନ ଦୁର୍ଘଟଣା ପରେ ଦକ୍ଷିଣ-ପୂର୍ବ ରେଳବାଇର ୫ ଜଣ ବରିଷ୍ଠ ପଦସ୍ଥ ଅଫିସରଙ୍କୁ ବଦଳି କରାଯାଇଛି ।