ଯେକୌଣସି ପରିସ୍ଥିତିରେ ଇରାନ୍ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ହୋଇପାରେ। ଫଳରେ ଇରାନ ଓ ଇସ୍ରାଏଲକୁ ଯାତ୍ରା କରିବାକୁ ଯାଉଥିବା ଭାରତୀୟଙ୍କ ପାଇଁ ମାର୍ଗଦର୍ଶିକା ଜାରି କରିଛି ବୈଦେଶିକ ମନ୍ତ୍ରଣାଳୟ। ମନ୍ତ୍ରଣାଳୟ ପକ୍ଷରୁ ଆଗାମି ସୂଚନା ନଦିଆଯିବା ଯାଏ ଇରାନ୍ କିମ୍ବା ଇସ୍ରାଏଲ ଯାତ୍ରା ନକରିବାକୁ ସମସ୍ତ ଭାରତୀୟଙ୍କୁ ପରାମର୍ଶ ଦିଆଯାଇଛି। ଏହାସହିତ ମନ୍ତ୍ରଣାଳୟ ଇରାନ ଓ ଇସ୍ରାଏଲରେ ରହୁଥିବା ଭାରତୀୟଙ୍କୁ ଅନୁରୋଧ କରି କହିଛି ଯେ ସେମାନେ ଭାରତୀୟ ଦୂତାବାସ ସହିତ ଯୋଗାଯୋଗରେ ରୁହନ୍ତୁ ଏବଂ ନିଜର ରେଜିଷ୍ଟ୍ରେସନ କରାଇ ନିଅନ୍ତୁ। ଶୁକ୍ରବାର ଏନେଇ ବିଜ୍ଞପ୍ତି ଜାରି କରାଯାଇଛି। ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ଇରାନ୍ ଏବଂ ଇସ୍ରାଏଲ ଯାତ୍ରାଠାରୁ ଦୂରେଇ ରହିବାକୁ ଭାରତୀୟମାନଙ୍କୁ କୁହାଯାଇଛି। ଇରାନ ଆଗାମି ୪୮ଘଣ୍ଟା ଭିତରେ ଇସ୍ରାଏଲ ଉପରେ ଆକ୍ରମଣ କରିପାରେ ବୋଲି ଏକ ରିପୋର୍ଟ ଆସିବା ପରେ ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଯେଉଁ ଭାରତୀୟମାନେ ବର୍ତ୍ତମାନ ଇରାନ୍ ଏବଂ ଇସ୍ରାଏଲରେ ରହୁଛନ୍ତି ସେମାନଙ୍କୁ ଭାରତୀୟ ଦୂତାବାସ ସହିତ ଯୋଗାଯୋଗରେ ରହିବାକୁ ଏବଂ ରେଜିଷ୍ଟ୍ରେସନ କରିବାକୁ ପରାମର୍ଶ ଦିଆଯାଇଛି। ନିଜ ସୁରକ୍ଷା ପ୍ରତି ସାବଧାନତା ଅବଲମ୍ବନ କରିବା ସହ ବାହାରକୁ ଯିବାଆସିବା ସୀମିତ ରଖୁନ୍ତୁ ବୋଲି ମାର୍ଗଦର୍ଶିକାରେ କୁହାଯାଇଛି।