ଜନ୍ମ ଅଛି ତ ମୃତ୍ୟୁ ଅଛି ଏହା ସତ୍ୟ । କିନ୍ତୁ ଏପରି ଅନେକ ମହାନ ବ୍ୟକ୍ତିତ୍ୱ ଅଛନ୍ତି ମୃତ୍ୟୁ ପରେ ମଧ୍ୟ ଅମର ହୋଇ ରହିଯାଆନ୍ତି । ସେହିପରି ଜଣେ ଦିବ୍ୟଦୃଷ୍ଟି ସଂପନ୍ନ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ସନ୍ଥ ଶିରୋମଣି ସୁରଦାସ ମହାରାଜ । କଟକ ଜିଲ୍ଲା କଣ୍ଟାପଡା ସ୍ଥିତ ସଝନ୍ଦୀପାନୀ ଆଶ୍ରମର ପ୍ରତିଷ୍ଠାତା ତଥା ଜଣେ ସୁବକ୍ତା, ସୁଲେଖକ, ସମାଜସେବୀ ଜଣେ ସିଦ୍ଧ ପୁରୁଷ ହେବା ସହ ପଞ୍ଚସଖା ଅଚ୍ୟୁତଙ୍କ ସାଧକ ଥିଲେ । କିଛିଦିନ ହେବ ତାଙ୍କ ସ୍ୱାସ୍ଥୃ ଅବସ୍ଥା ଠିକ୍ ନଥିବାରୁ ସେ କଟକ ଏସ୍ସିବି ମେଡିକାଲରେ ଚିକିତ୍ସିତ ହେଉଥିଲେ । ଆଜି ମଧ୍ୟାହ୍ନ ସମୟରେ ଚିକିତ୍ସାଧିନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଏହିପରି ଜଣେ ମହାନ ବ୍ୟକ୍ତିତ୍ୱଙ୍କ ବିୟୋଗରେ ସମଗ୍ର ଅଞ୍ଚଳ ସହ ସାଧୁ ସନ୍ୟାସୀ ମଣ୍ଡଳୀରେ ଶୋକର ଛାୟା ଖେଳିଯାଇଛି । ଏହି ଦୁଃଖଦ ଖବର ଶୁଣିଲା ପରେ ଲିଭ ଲାଇଭ ଓଡ଼ିଆର ପ୍ରତିଷ୍ଠାତା ତଥା ସିଏମ୍ଡି ଦେବସ୍ମିତା ସାହୁ ଓ ଏମଡି ଟିଟନ ସାହୁ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।