ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋନଗରର ୫୫ ନମ୍ବର ଜାତୀୟ ରାଜପଥ କୁଲାଡ ଛକ ନିକଟରେ ଦୁଇଟି ଟ୍ରକ୍ ମୁହାଁମୁହିଁ ଧକ୍କା ହେବାରୁ ଟ୍ରକ୍ ଚାଳକ ଗୁରୁତର ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ବୁଧବାର ରାତି ୧୦ଟା ୩୦ ସମୟରେ କୁଲାଡ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ସ୍ଥାନୀୟ ଲୋକ ଓ ନାଲକୋ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍ ଚାଳକଙ୍କୁ ଉଦ୍ଧାର କରିଛନ୍ତି। ଦୁର୍ଘଟଣା ଯୋଗୁ ରାସ୍ତାର ଉଭୟ ପାର୍ଶ୍ବରେ ଗାଡ଼ି ଜାମ ରହିଛି।