ଚିନ୍ତା ବଢାଉଛନ୍ତି ମସଲା କମ୍ପାନି। ଏଭରେଷ୍ଟ୍ ପରେ ଏବେ ବହୁ ପୁରୁଣା ମସଲା କମ୍ପାନି ଏମ୍ଡିଏଚ୍ ଦିନକୁ ଦିନ ଅଧିକ ଚିନ୍ତା ବୃଦ୍ଧି କରିବାରେ ଲାଗିଛି। ହଂକଙ୍କ୍ ଓ ସିଙ୍ଗାପୁର ପରେ ଏବେ ଆମେରିକାରେ ମଧ୍ୟ ଏହି ମସଲା ଉପରେ ପ୍ରତିବନ୍ଧକ ଲଗାଯାଇଛି।ଆମେରିକାର ନିୟାମକ ତଥ୍ୟର ରଏଟର୍ସ ବିଶ୍ଳେଷଣ ଅନୁଯାୟୀ, ଏହାର କେତେକ ଉତ୍ପାଦ ପ୍ରଦୂଷିତ ବୋଲି ଅଭିଯୋଗ ଆସିବା ପରେ ଲୋକପ୍ରିୟ ଭାରତୀୟ ମସଲା କମ୍ପାନି ଏମ୍ଡିଏଚ୍କୁ ନେଇ ସମସ୍ୟା ବୃଦ୍ଧି ପାଇଛି। ଗତ ମାସରେ ହଂକଙ୍କ୍ ଓ ସିଙ୍ଗାପୁର ଅଭିଯୋଗ ଆଣିଥିଲେ ଯେ ଏହି ମସଲାରେ କର୍କଟ ରୋଗ ସୃଷ୍ଟିକାରୀ କୀଟନାଶକ ମିଶୁଛି। ଇଥିଲନ୍ ଅକ୍ସାଇଡ୍ ମାନବ ବ୍ୟବହାର ପାଇଁ ଅନୁପଯୁକ୍ତ ଏବଂ ଏହା କର୍କଟ ସୃଷ୍ଟିକାରୀ ରୋଗ। ଏମ୍ଡିଏଚ୍ ମସଲାରେ ଏହା ମିଶୁଥିବାରୁ ପ୍ରତିବନ୍ଧକ ଲଗାଇଥିଲେ ଦୁଇ ଦେଶ। ଏବେ ଆମେରିକା ମଧ୍ୟ ସେହି ତାଲିକାରେ ଯୋଡ଼ି ହୋଇଛି।ତେବେ ପୂର୍ବରୁ ଏମ୍ଡିଏଚ୍ ସହ ଏଭରେଷ୍ଟ୍ ମସଲା ବି ଏହି ବିବାଦରେ ଫସିଛି। ମାତ୍ର ଉଭୟ ଏମ୍ଡିଏଚ୍ ଓ ଏଭରେଷ୍ଟ୍ କହିଛନ୍ତି ଯେ ସେମାନଙ୍କ ଉତ୍ପାଦ ସୁରକ୍ଷିତ। ମସଲା ସଂରକ୍ଷଣ, ପ୍ରକ୍ରିୟାକରଣ କିମ୍ବା ପ୍ୟାକ୍ କରିବା ସମୟରେ ଇଥିଲିନ ଅକ୍ସାଇଡ୍ ବ୍ୟବହାର କରାଯାଉନାହିଁ ବୋଲି ଏମ୍ଡିଏଚ୍ ସଫେଇ ଦେଇଛି।