ଉତ୍ତରାଖଣ୍ଡରେ ଜଙ୍ଗଲ ନିଆଁ ଲିଭିବାର ନାଁ ଧରୁନି। ଅଲମୋରା ଏବଂ ବାଗେଶ୍ୱର ସମେତ ଅନେକ ଜିଲ୍ଲାରେ ଜଙ୍ଗଲ ଜଳିବାରେ ଲାଗିଛି। ଏଭଳି ସ୍ଥିତିରେ ଅଲମୋରା ଜଙ୍ଗଲରେ ନିଆଁ ଧୀରେ ଧୀରେ ନିୟନ୍ତ୍ରଣରୁ ବାହାରେ ହେବାରେ ଲାଗିଛି। ଉତ୍ତରାଖଣ୍ଡରେ ୧୨ରୁ ଅଧିକ ଜଙ୍ଗଲରେ ନିଆଁ ଲାଗିଥିବା କୁହାଯାଉଛି। ଏହି ସମୟରେ ଜଙ୍ଗଲରେ ନିଆଁକୁ ଆୟତ କରିବାକୁ ଗୋଟିଏ ସପ୍ତାହ ସମୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ। ମୁଖ୍ୟ ଶାସନ ସଚିବ ଏବଂ ଜିଲ୍ଲା ପ୍ରଶାସନ ସହିତ ଏସମ୍ପର୍କରେ ଆଲୋଚନା କରି ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଜଙ୍ଗଲରେ ଲାଗିଥିବା ନିଆଁ ଉପରେ ନିୟମିତ ତଦାରଖ ପାଇଁ ନିର୍ଦ୍ଦେଶ ଦିଆଯାଇଛି।ଗତବର୍ଷ ନଭେମ୍ବର ୧ରୁ ଉତ୍ତରାଖଣ୍ଡର ଜଙ୍ଗଲରେ ୯୧୦ଟି ଅଗ୍ନିକାଣ୍ଡ ଘଟିଛି। ଏଥିରେ ପ୍ରାୟ ୧୧୪୫ହେକ୍ଟର ଜଙ୍ଗଲ ପ୍ରଭାବିତ ହୋଇଛି। ଜଙ୍ଗଲରେ ନିଆଁ ଲାଗି ଏପର୍ଯ୍ୟନ୍ତ ୫ଜଣଙ୍କ ମୃତ୍ୟୁ ହୋଇଛି। ଏହାସହିତ ଜଙ୍ଗଲ ନିଆଁ ଧୂଆଁ ବାହାରିବା ଯୋଗୁ ଅନେକ ଲୋକମାନେ ନିଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।