ଉତ୍ତରପ୍ରଦେଶ ହାଥରସରେ ଦଳାଚକଟା। ରତିଭାନପୁରରେ ସତସଙ୍ଗ ଚାଲିଥିବା ବେଳେ ଅଘଟଣ। ଦଳାଚକଟାରେ ୨୭ଜଣଙ୍କ ମୃତ୍ୟୁ ହୋଇଥିବା ଏଟା ମେଡିକାଲ କଲେଜର ଚିଫ୍ ମେଡିକାଲ ଅଫିସର ସୂଚନା ଦେଇଛନ୍ତି। ୟୁପି ହାଥରସରେ ବଡ଼ ଅଘଟଣ, ଦଳଚକଟାରେ ୩୦ ରୁ ଅଧିକ ଲୋକଙ୍କ ମୃତ୍ୟୁ, ଶତାଧିକ ଆହତ ହୋଇଥିବା ବେଳେ ସେମାନଙ୍କୁ ଏଟା ମେଡିକାଲରେ ଭର୍ତ୍ତି କରାଯାଇଛିା ଏକ ସତସଙ୍ଗ କାର୍ଯ୍ୟକ୍ରମରେ ଏଭଳି ଅଘଟଣ ଘଟିଛିା ୨୫ଣ ମହିଳା ଓ ୨ଜଣ ପୁରଷଙ୍କର ଏହି ଅଘଟଣରେ ମୃତ୍ୟୁ ଘଟିଛିା ଆମ୍ବୁଲାନ୍ସ ଯୋଗେ ଆହତ ମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଉଥିବା ବେଳେ ଆଗକୁ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛିା ସତସଙ୍ଗ କାର୍ୟ୍ୟକ୍ରମରେ ଭିଡ଼ ହେବା ଫଳରେ ଶ୍ରଦ୍ଧାଳୁ ମାନେ ଏଣେ ତେଣେ ଦୌଡିଥିଲୋ ଫଳରେ ଏତେବଡ଼ ଅଘଟଣ ଘଟିଲା ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛିା