କାମାକ୍ଷାନଗର: ଭିଜିଲାନ୍ସ ଜାଲରେ କାମାକ୍ଷାନଗର ଉପଜିଲ୍ଲାପାଳ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନରେ ଭିଜିଲାନ୍ସ ରେଡ ହୋଇଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଉପଜିଲ୍ଲାପାଳଙ୍କ ଘରେ ରେଡ୍ କରିଥିବା ଜଣାପଡ଼ିଛି । ଏକାକାଳୀନ ୧୦ଟି ସ୍ଥାନରେ ରେଡ କରୁଛି ଭିଜିଲାନ୍ସ ଟିମ । ଭୁବନେଶ୍ୱର, ଢେଙ୍କାନାଳ, ଭଦ୍ରକ ଓ ମୟୁରଭଞ୍ଜର ୧୦ଟି ସ୍ଥାନରେ ଚାଲିଛି ଚଢାଉ । ଚଢାଉରେ ୭ ଡିଏସପି, ୩ ଜଣ ଇନସପେକ୍ଟର ଏବଂ ୮ ଜଣ ଆଇଆଇସି ସାମିଲ ଅଛନ୍ତି।
ଭୁବନେଶ୍ୱର ଝାରପଡାରେ ରହିଛି ଗୋଟିଏ ତିନି ମହଲା ଓ ଏକ ମହଲା ଘର। ଭଦ୍ରକରେ ରହିଛି ତିନି ମହଲା ଓ ଦୁଇ ମହଲା ଘର। କାମାକ୍ଷାନଗର ସରକାରୀ କାର୍ଯ୍ୟାଳୟ ଓ ସରକାରୀ ଆବାସିକ ଘରେ ରେଡ଼ ଚାଲିଛି। ଭଦ୍ରକ ବାସୁଦେବପୁର ପୈତୃକ ଘର, ଭଦ୍ରକ ବରୁଣାଇରେ ସମ୍ପର୍କୀୟଙ୍କ ଘର, ଭଦ୍ରକ ଜୋରଗାଡ଼ିଆରେ ଜଣେ ସହଯୋଗୀଙ୍କ ଘର, ମୟୁରଭଞ୍ଜ ରାଇରଙ୍ଗପୁରରେ ଅନ୍ୟଜଣେ ସହଯୋଗୀଙ୍କ ଘରେ ମଧ୍ୟ ଚଢ଼ାଉ ଚାଲିଛି ।