ଆସନ୍ତା ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କର ଭବ୍ୟ ମନ୍ଦିରର ଲୋକାର୍ପିତ ହେବ । ଏଥିପାଇଁ ପୂରା ଦେଶ ଏବେ ରାମ ଭକ୍ତିରେ ଲୀନ ହୋଇଛି । କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଏହାର ଝଲକ ଦେଖିବାକୁ ମିଳିଛି । ଆଉ ତାହା ବି ପୁଣି କ୍ରିକେଟ ପଡିଆରେ । ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କର ରାମ ଭକ୍ତି ଦେଖିବାକୁ ମିଳିଛି । ପ୍ରଭୁ ଶ୍ରୀରାମଙ୍କ ଭଳି ବିରାଟ ପଡିଆରେ ଧନୁ ତୀର ଚଳାଇବାର ଆକ୍ସନ କରିଥିଲେ । ଆଉ ତାହା ବି ଥରେ ନୁହେଁ ଦୁଇ ଦୁଇ ଥର । ଶେଷରେ ହାତଯୋଡି ନମସ୍କାର ମଧ୍ୟ କରିଥିଲେ । ଯାହାକୁ ଭାରତୀୟ କ୍ରିକେଟପ୍ରେମୀ ବେଶ ପସନ୍ଦ କରିଛନ୍ତି । ସୋସିଆଲ ମିଡ଼ିଆରେ କୋହଲିଙ୍କୁ ପ୍ରଂଶସାରେ ପୋତି ପକାଇଛନ୍ତି ।
ଦକ୍ଷିଣ ଆଫ୍ରିକାର ୬ ୱିକେଟର ପତନ ପରେ ବ୍ୟାଟିଂ କରିବାକୁ ଆସିଥିଲେ ଭାରତୀୟ ବଂଶୋଦ୍ଭବ କେଶବ ମହାରାଜ । ପଡିଆକୁ କେଶବ ଆସିବା କ୍ଷଣି ପ୍ରଭୁ ଶ୍ରୀରାମଙ୍କର ଭଜନ ବାଜିଥିଲା । ଆଉ ଶ୍ରୀରାମଙ୍କ ଭଜନ ଶୁଣି ବିରାଟ ମଧ୍ୟ ରାମଭକ୍ତିରେ ଲୀନ ହୋଇଯାଇଥିଲେ । ପଡିଆ ମଝିରେ ପ୍ରଭୁ ଶ୍ରୀରାମଙ୍କ ଭଳି ଧନୁ ତୀର ଚଳାଇବାର ଅଭିନୟ କରିଥିଲେ । ଗତ କିଛି ମ୍ୟାଚରେ କେଶବ ବ୍ୟାଟିଂ କରିବାକୁ ଆସିଲେ ପ୍ରଭୁ ଶ୍ରୀରାମଙ୍କ ଭଜନ ଶୁଣିବାକୁ ମିଳୁଛି । କେଶବ ହିନ୍ଦୁ ଧର୍ମର ହୋଇଥିବାରୁ ଖେଳରେ ତାଙ୍କ ମନୋବଳ ବୃଦ୍ଧି କରିବାକୁ ବ୍ୟାଟିଂ କରିବା ପୂର୍ବରୁ ପ୍ରଭୁ ଶ୍ରୀରାମଙ୍କ ଭଜନ ଲଗାଯାଉଛି ।
When "Ram Siya Ram" bhajan was played during #INDvsSA, Virat Kohli pulled the string of the bow like Ram ji and folded his hands. #ViratKohli #RamSiyaRam 🙏🏼🚩https://t.co/vwPphwxGru pic.twitter.com/iuizgfwD7P
— ज्योति सिंह राष्ट्रवादी🇮🇳™ (@Imjyotii_) January 3, 2024