5T ଚେୟାରମ୍ୟାନ ଭି. କେ ପାଣ୍ଡିଆନଙ୍କୁ ପୁରୀରେ କଳାପତାକା ଦେଖାଇ ବିରୋଧ । ଆଜି ଭୋର ୫ଟା ସମୟରେ ଭି. କେ ପାଣ୍ଡିଆନ ପୁରୀ ଆସିଥିବା ସମୟରେ ଜିଲ୍ଲା କଂଗ୍ରେସ ପକ୍ଷରୁ ତାଙ୍କୁ ବିରୋଧ କରାଯାଇଛି । କଳାପତାକା ଦେଖାଇବା ସହ ପାଣ୍ଡିଆନ ଗୋ ବ୍ୟାକ୍ ନାରା ଦେଇଥିଲେ କଂଗ୍ରେସ କର୍ମୀ । କଂଗ୍ରେସର ୧୦ ଜଣ ନେତା ଓ କର୍ମୀ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଠାରେ ପାଣ୍ଡିଆନଙ୍କୁ କଳାପତକା ଦେଖାଇଛନ୍ତି ।ପୋଲିସ ସମସ୍ତ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି । ସୌନ୍ଦର୍ଯ୍ୟକରଣ ନାଁରେ ମଠ-ମନ୍ଦିରକୁ ମାଟିରେ ମିଶାଇବା, ୟୁଟ୍ୟୁବର କାମୀୟା ଜାନି ବିବାଦ ଓ ଜଗନ୍ନାଥ ସଂସ୍କୃତିକୁ ବିଶ୍ୱରେ ଅପମାନ ହେଉଥିବା ଅଭିଯୋଗ ଆଣି ବିରୋଧ ପ୍ରଦର୍ଶନ କରିଥିଲା ଦଳ । ତେବେ କଂଗ୍ରେସର ବିରୋଧ ନେଇ ବିଜେଡି ପକ୍ଷରୁ ପ୍ରତିକ୍ରିୟା ମିଳିପାରିନି ।