ବଲିଉଡ୍ ସୁପରଷ୍ଟାର ଅକ୍ଷୟ କୁମାର ତାଙ୍କର ଆଗାମୀ ଫିଲ୍ମ ‘ୱେଲ୍କମ୍ ଟୁ ଦ ଜଙ୍ଗଲ’ ବା ‘ୱେଲକମ୍ ୩’ କୁ ନେଇ ଆଜିକାଲି ଖୁବ ଚର୍ଚ୍ଚାରେ ଅଛନ୍ତି। ଏହା ଏକ ମଲ୍ଟି ଷ୍ଟାରର ଫିଲ୍ମ, ଯାହାକୁ ଅହମ୍ମଦ ଖାନ ନିର୍ଦ୍ଦେଶନା ଦେଉଛନ୍ତି। ବର୍ତ୍ତମାନ ‘ୱେଲକମ୍ ୩’ କୁ ନେଇ ଏକ ନୂଆ ଅପଡେଟ୍ ଆସିଛି। ଏହି ସିନେମାରେ ଆଉ ଜଣେ ଅଭିନେତା ପ୍ରବେଶ କରିଛନ୍ତି। ସେ ହେଉଛନ୍ତି ଅଫତାବ ଶିବଦାସନୀ। ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର୍ କରି ସେ ତାଙ୍କ ପ୍ରଶଂସକଙ୍କୁ ଏହି ସୂଚନା ଦେଇଛନ୍ତି।ଅଫତାବ ଶିବଦାସନୀ ଅକ୍ଷୟ କୁମାରଙ୍କ ସହ ତାଙ୍କର ଫଟୋଗୁଡ଼ିକର ଏକ କୋଲାଜ କରିଛନ୍ତି ଏବଂ ତାକୁ ପୋଷ୍ଟ କରି ଅଫତାବ ଶିବଦାସନୀ କ୍ୟାପ୍ସନ୍ରେ ଲେଖିଛନ୍ତି, “ପ୍ରଥମ ଛବି ୧୬ ବର୍ଷ ପୂର୍ବରୁ ନିଆଯାଇଥିଲା। ୨୦୦୮ ଏବଂ ୨୦୨୪,ଯେପରି ଆପଣ ଦେଖୁଥିବେ, କିଛି ବି ବଦଳି ନାହିଁ।” ସେ ଆହୁରି ଲେଖିଛନ୍ତି “ଏହି ‘ଦିବାନା’କୁ ‘ପାଗଲ୍’ ଜଙ୍ଗଲରେ ୱେଲକମ୍ କରିବା ପାଇଁ ଆୱାରାଙ୍କୁ ଧନ୍ୟବାଦ।”