ପ୍ରଥମ ଦିନିକିଆରେ ପରାଜିତ ହୋଇଥିବା ୱେଷ୍ଟଇଣ୍ଡିଜ୍ ଦ୍ବିତୀୟ ମ୍ୟାଚ୍କୁ ଜିତି ଶୃଙ୍ଖଳା ବରାବର କରିଛି। କେନସିଙ୍ଗଟନ୍ ଓଭାଲ୍ରେ ଖେଳାଯାଇଥିବା ଦ୍ବିତୀୟ ମ୍ୟାଚ୍ରେ ଘରୋଇ ଦଳ ୬ ୱିକେଟ୍ରେ ଭାରତକୁ ପରାସ୍ତ କରିଛି। ଭାରତ ଦ୍ବାରା ଧାର୍ଯ୍ୟ ୧୮୨ ରନ୍ର ଲକ୍ଷ୍ୟକୁ ୱେଷ୍ଟଇଣ୍ଡିଜ୍ ୩୬.୪ ଓଭରରେ ହାସଲ କରିଥିଲା। ପ୍ରଥମ ମ୍ୟାଚ୍ରେ କୁଲଦୀପ-ଜାଦେଜା ଯୋଡ଼ି ଯେଉଁ ପ୍ରଦର୍ଶନ ଦେଇଥିଲେ, ଦ୍ବିତୀୟ ମ୍ୟାଚ୍ରେ ଉଭୟ ସଂପୂର୍ଣ୍ଣ ଭାବେ ପ୍ରଭାବହୀନ ହୋଇଥିଲେ। ଶାର୍ଦ୍ଦୁଳ ଠାକୁର ପ୍ରଥମ ତିନି ୱିକେଟ୍ ଖସାଇଥିଲେ ବି କାଇଲ୍ ମାୟର୍ସ ୩୬ ରନ୍ର ଦ୍ରୁତ ପାଳି ଖେଳି ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ପରେ ଅଧିନାୟକ ସାଇ ହୋପ୍ଙ୍କ ଅପରାଜିତ ଅର୍ଦ୍ଧଶତକ (୬୩*) ସହିତ କିସି କାର୍ଟି (୪୮*) ଘରୋଇ ଦଳକୁ ଜିତାଇବାରେ ବଡ଼ ଭୂମିକା ନେଇଥିଲେ। ମ୍ୟାଚ୍ ବିଜୟୀ ପାଳି ପାଇଁ ହୋପ୍ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ସଂକ୍ଷିପ୍ତ ସ୍କୋର: ଭାରତ ୪୦.୫ ଓଭରରେ ୧୮୧/୧୦ (ଈଶାନ କିଶନ-୫୫, ଶୁବମନ ଗିଲ୍-୩୪, ସୂର୍ଯ୍ୟକୁମାର ଯାଦବ-୨୪, ଶାର୍ଦୁଳ ଠାକୁର-୧୬, ଗୁଡ଼କେଶ ମୋତି-୩/୩୬, ରୋମାରିଓ ସେଫର୍ଡ-୩/୩୭, ଅଲଜାରି ଯୋସେଫ-୨/୩୫, ୟାନିକ କାରିଆ-୧/୨୫, ଜୟଦେନ ସିଲ୍ସ-୧/୨୮)। ୱେଷ୍ଟଇଣ୍ଡିଜ୍ ୩୬.୪ ଓଭରରେ ୧୮୨/୪ (ସାଇ ହୋପ୍-୬୩*, କିସି କାର୍ଟି-୪୮*, କାଇଲ୍ ମାୟର୍ସ-୩୬, ଶାର୍ଦ୍ଦୁଳ ଠାକୁର-୩/୪୨, କୁଲଦୀପ ଯାଦବ-୧/୩୦)।