ସ୍ୱିଡ଼େନ ଭି-ଡ଼େନ ଇନଷ୍ଟିଚ୍ୟୁଟ ନିକଟରେ ଏକ ରିପୋର୍ଟରେ ଦାବି କରାଯାଇଛି ଯେ ଭାରତରେ ଗଣତନ୍ତ୍ର ଅଛି କିନ୍ତୁ ଇଲେକ୍ଟ୍ରୋରାଲ ଅଟୋକ୍ରେସି ଆସିଯାଇଛି? ଏହି ରିପୋର୍ଟ ରେ କୁହାଯାଇଛି ଯେ ଭାରତ ୨୦୧୭ ଠାରୁ ‘ଇଲେକ୍ଟୋ୍ରରାଲ ଅଟୋକ୍ରେସି’ ଅର୍ଥାତ ଏପରି ଶାସନ ପ୍ରଳାଣୀ ଯୁକ୍ତ ହେଉଛି ଯେଉଁଠି ନିର୍ବାଚନୀ ପ୍ରକ୍ରିୟା ସତ୍ୱେ ନିରଃକୁଂଶତା ଦେଖିବାକୁ ମିଳିଛି । ଅବ କି ବାତ୍ ୪୦୦ ପାର୍, ଏହି ନାରା ଯାହାକୁ ବିଜେପି ନିଜର ପ୍ରତ୍ୟେକ ରାଲିରେ ପୁରା ଜୋରସୋର ରେ ଲଗାଉଛି । ଲୋକସଭା ନିର୍ବାଚନ ତାରିଖ ଘୋଷଣା ସହ ପ୍ରଧାନ ମନ୍ତ୍ରୀ ଙ୍କ ନେତୃତ୍ୱରେ ବିଜେପି ନିଜ ପ୍ରଚାରରେ ବିରୋଧୀଙ୍କୁ ଛକୁ ଠେଲି ଆଗକୁ ଆସୁଥିବା ଦେଖିବାକୁ ମିଳୁଛି । କେତେକ ପଲଟିକାଲ ଏକ୍ସପର୍ଟସ୍ ସ୍ୱୀକାର କରିଛନ୍ତି ଯେ କ୍ଷମତା ପୂର୍ଣ୍ଣ ଦଳ ବଡ଼ ଆରାମରେ ସଂଖ୍ୟା ଗରିଷ୍ଠ ତାର ସଂଖ୍ୟା ପାଇଯିବେ । କେବଳ ଏତିକି ନୁହେଁ ବରଂ ୨୦୧୯ ତୁଳନାରେ ବଡ଼ ବିଜୟୀ ହାସଲ କରିପାରନ୍ତି । କିନ୍ତୁ ଏ ସବୁ ସତ୍ତ୍ୱେ ନିକଟରେ ଦୁଇଟି ଘଟଣା ବିଜେପି ମୁଣ୍ଡରେ ଚିନ୍ତା ବଢେଇଦେଇଛି । ନିକଟରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମନ ଙ୍କ ସ୍ୱାମୀ ତଥା ଦେଶର ଜଣାଶୁଣା ଅର୍ଥନିତିଜ୍ଞ ପରକଳା ପ୍ରଭାକର ଙ୍କର ଗୋଟିଏ ବିବୃତି ଆସିଛି ଯେଉଁଥିରେ ସେ ସରକାରଙ୍କ ଉପରେ ଅଭିଯୋଗ କରି କହିଛନ୍ତି ଯେ ଯଦି ଏହି ସରକାର ଦ୍ୱିତୀୟ ଥର ପାଇଁ କ୍ଷମତା କୁ ଫେରନ୍ତି ତେବେ ଆଉ ଆପଣ ନିର୍ବାଚନ ଆଶା କରିବେ ନାହିଁ । ଏହା ପରେ ନିର୍ବାଚନ ହେବ ନାହିଁ । ଦେଶର ସମ୍ବିଧାନ ଏବଂ ନକ୍ସା ସମ୍ପର୍ଣ୍ଣ ବଦଳିଯିବ ଆପଣ ଲାଲକିଲ୍ଲାରୁ ଘୃଣା ର କଥା ଶୁଣିବେ ଯାହା ବିପଦ ପୂର୍ଣ୍ଣ । ସ୍ୱଡ଼େନ ର ବି-ଡ଼େନ ତାର ଅଫିସିଆଲ ୱେବସାଇଟ ଅନୁଯାୟୀ ଯାହାର ନାମ ଭେରାୟ ଟିଚ ଅଫ ଡ଼େମୋକ୍ରାସି ଏହି ସଂସ୍ଥା ଗଣତନ୍ତ୍ର ପ୍ରକ୍ରିୟା ଉପରେ ଆକଳନ କରିଥାଏ । ଏହି ସଂସ୍ଥାର ରିପୋର୍ଟ ଅନୁଯାୟୀ ୨୦୨୨ରେ ବିଶ୍ୱର ହାରାହାରି ୨୨ ପ୍ରତିଶତ ଜନସଂଖ୍ୟା ଅଟୋକ୍ରାସିରେ ବଞ୍ଚିଛନ୍ତି । ୨୮ ପ୍ରତିଶତ ଜନସଂଖ୍ୟା ଅପ୍ରତକ୍ଷ ଅଟୋକ୍ରାସିରେ ବଞ୍ଚିବା ପାଇଁ ବାଧ୍ୟ ହୋଇଛନ୍ତି । ତେବେ ସ୍ୱଡ଼େନର ଏହି ଭି-ଡ଼େନ ଇନିଷ୍ଟିଚ୍ୟୁଟ ର ଦାବି କେତେ ସତ, ଏବଂ ସତରେ ନିର୍ବାଚନି ନିରଙ୍କୁଶତା ଏବଂ ଏକ ଛତ୍ରବାଦୀ ଆଡ଼କୁ ଦେଶ ବଢୁଛିଏ ନା ଏହି ରିପୋର୍ଟ ପଛରେ ଅଛି ବିଜେପି ବିରୋଧରେ ଷଡ଼ଯନ୍ତ୍ର?