କ୍ୟାମେଲ ଫ୍ଲୁର ଲକ୍ଷଣ ପ୍ରାୟତଃ କରୋନା ଭାଇରସର ଲକ୍ଷଣ ସହିତ ସମାନ ହୋଇଥାଏ । ଡାଇରିଆ ଏହାର ଏକ ମୁଖ୍ୟ ଲକ୍ଷଣ ବୋଲି ହୁ ପକ୍ଷରୁ କୁହାଯାଇଛି । ଏଥିସହିତ ବୁଖାର, ଖାସ ଓ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ ପରି ଲକ୍ଷଣ ମଧ୍ୟ ଦେଖାଯାଏ । ୬୦ ବର୍ଷରୁ ଅଧିକ ବୟସ୍କ, କମ୍ ଇମ୍ୟୁନିଟିଧାରୀ ଓ ପୂର୍ବରୁ ଗମ୍ଭୀର ବିମାରୀରେ ସଂକ୍ରମିତ ହୋଇଥିବା ଲୋକ ଏଥିରେ ବେଶି ସଂକ୍ରମିତ ହେବାର ଆଶଙ୍କା ରହିଥାଏ । କ୍ରନିକ ଲଙ୍ଗ ଡିଜିଜ, ହାଇପରଟେନସନ, କାର୍ଡିଓଭାସ୍କୁଲାର ଡିଜିଜ ଓ ଡାଇବେଟିସ ରୋଗୀଙ୍କ ପାଇଁ ଏହି ଫ୍ଲୁ ଅତ୍ୟନ୍ତ ବିପଜ୍ଜନକ ହୋଇଥାଏ ।କ୍ୟାମେଲ ଫ୍ଲୁ ପଶୁଙ୍କଠାରୁ ମଣିଷଙ୍କୁ ବ୍ୟାପିଥାଏ । ଓଟଠାରୁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ମଣିଷ ସଂକ୍ରମିତ ହୋଇପାରେ ବୋଲି ରିସର୍ଚ୍ଚରୁ ଜଣାପଡ଼ିଛି । ଏହା ମଣିଷଠାରୁ ମଣିଷକୁ ଦ୍ରୁତ ଭାବେ ବ୍ୟାପିଥାଏ । ବର୍ତ୍ତମାନ ସୁଦ୍ଧା ଏହାର କୌଣସି ଭ୍ୟାକ୍ସିନ ବାହାରିନାହିଁ । ଓଟର କଞ୍ଚା ବା ଅଧା ସିଝା କ୍ଷୀର, ମାଂସ ଆଦି ବିପଦ ବଢ଼ାଇପାରେ । ଓଟର ମାଂସ, କ୍ଷୀରରେ ପୁଷ୍ଟିକର ତତ୍ତ୍ୱ ରହିଥିବା ବେଳେ ଏହାକୁ ସେବନ କରିବା ପୂର୍ବରୁ ଠିକ୍ ଭାବେ ରାନ୍ଧିବା ଜରୁରୀ । କତାର ଯାଉଥିବା ଲୋକମାନେ ଓଟକୁ ଛୁଇଁବା ଅନୁଚିତ । ଏଥିସହିତ ଖାଇବା, ପିଇବା ଜିନିଷକୁ ସୁରକ୍ଷିତ ଭାବେ ବ୍ୟବହାର କରିବା ଆବଶ୍ୟକ । ଭ୍ୟାକ୍ସିନେସନ ଓ ଜରୁରୀ ନିୟମ ପାଳନ କରିବାକୁ ହୁ ପକ୍ଷରୁ ପରାମର୍ଶ ଦିଆଯାଇଛି ।
Camel Flu କ’ଣ : ଏହା କିପରି ବ୍ୟାପେ, ଏହାର ଲକ୍ଷଣ କ’ଣ
Leave a comment