ଆସନ୍ତା ୧୮ ତାରିଖରେ ପ୍ରଥମ ପର୍ଯ୍ୟାୟ ନାମାଙ୍କନ ପତ୍ର ଦାଖଲ ହେବ । କିନ୍ତୁ ରାଜ୍ୟରେ ଦୀର୍ଘ ବର୍ଷ କ୍ଷମତାରେଥିବା ତଥା ସର୍ବପୁରାତନ ଜାତୀୟ ଦଳ କଂଗ୍ରେସ ଏ ଯାଏଁ ୧୩ ଲୋକସଭା ଆସନ ପାଇଁ ଓ ୧୦୦ ବିଧାନସଭା ଆସନ ପାଇଁ ନିଜର ପ୍ରାର୍ଥୀ ତାଳିକା ଘୋଷଣା କରିନାହିଁ । ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଦିନେ ଦୁଇଦିନ ମଧ୍ୟରେ ପ୍ରାର୍ଥୀ ତାଲିକା ଘୋଷଣା ହେବ । ସେହିପରି ରାଜ୍ୟରେ ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳ ୩୦ ବିଧାନସଭା ଆସନ ପାଇଁ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିନାହିଁ । ଆଜି ଘୋଷଣା ହେବ, ଆସନ୍ତାକାଲି ଘୋଷଣା ହେବ, ୧୫ ତାରିଖ ମଧ୍ୟରେ ଘୋଷଣା ହେବ ବୋଲି ଚର୍ଚ୍ଚା ହେଉଛି । ସେହିପରି ଭାରତୀୟ ଜନତା ପାର୍ଟ କେନ୍ଦ୍ରରେ ଶାଦନ କ୍ଷମତାରେ ଅଛି । କିନ୍ତୁ ୧୪୭ ବିଧାନ ସଭା ଆସନ ମଧ୍ୟରୁ ୧୧୨ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲେ ହେଁ ଆହୁରି ୩୫ ଆସନ ପାଇଁ ଏଯାଏଁ ପ୍ରାର୍ଥୀ ତାଲିକା ଘୋଷଣା କରିନାହିଁ । ବିଜେଡି ଭଳି ବିଜେପି ମଧ୍ୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିବାରେ ବିଳମ୍ବ କରୁଛି । ଉଲ୍ଲେଖ ଯୋଗ୍ୟ ଯେ ବିଜେଡି ୨୧ ଲୋକସଭା ଆସନ ଓ ୧୧୭ ବିଧାନସଭା ଆସନ ପାଇଁ ତାର ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି । ସେହିପରି ବିଜେପି ୨୧ ଲୋକସଭା ଆସନ ଏବଂ ୧୧୨ ବିଧାନସଭା ଆସନ ପାଇଁ ଦଳର ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି ।