ଆଜି ଦିନରେ ସମସ୍ତେ ପ୍ରାୟେ ଜାଣିଛନ୍ତି ମୁକେଶ ଅମ୍ବାନୀ, ଗୌତମ ଆଦାନୀ, ସିବ ନାଦ, ରତନ ଟାଟା, ନାରାୟଣ ମୂର୍ତ୍ତି, ଅଜିମ୍ ପ୍ରେମ ଜୀଙ୍କ ଭଳି ମହାଧନୀ ବା ଅରବପତିଙ୍କ ନା । କିନ୍ତୁ ଭାରତର ପ୍ରଥମ ଅରବପତି ଏହି ମହାଧନୀ ନୁହନ୍ତି । ଟାଇମ ମାଗାଜିନର ତଥ୍ୟ ଅନୁଯାୟି ୧୯୩୭ରେ ଉସମାନ ଅଲ୍ଲୀ ଖାନ କେବଳ ଭାରତ ନୁହଁ ବିଶ୍ୱର ସବୁଠୁ ଧନୀ ଥିଲେ । ବ୍ରିଟେନର ଗୋଟିଏ ବ୍ୟାଙ୍କରେ ତାଙ୍କର ତିନି ଅରବ ଟଙ୍କାରୁ ଅଧିକ ସମ୍ପତ୍ତି ଥିଲା । ୧୯୪୦ ଦଶକରେ ତାଙ୍କର ମୋଟ ଧନ- ଦୌଲତର ପରିମାଣ ଥିଲା ୧୭.୫ ଲକ୍ଷ କୋଟି ଟଙ୍କା । ଫ୍ରିଡମ ଏୟାଟ ମିଡନାଇଟର ତଥ୍ୟ ଅନୁସାରେ ନିଜାମଙ୍କ ପାଖରେ ସେହି ମସୟରେ ୨୦ ଲକ୍ଷ ପାଇଣ୍ଡରୁ ଅଧିକ ଟଙ୍କା ଥିଲା । ଉସମାନ ଅଲ୍ଲୀ ଖାନ ୧୯୧୧ରେ ୨୫ ବର୍ଷ ବୟସରେ ହାଇଦ୍ରାବଦର ରାଜ ସିଂହାସନ ସମ୍ଭାଳିଥିଲେ ।