ଯାଜପୁର ଜିଲ୍ଲା ର ସୁକିନ୍ଦା ଖଣି ଉପତ୍ୟକା ରେ କେତକ ପ୍ରଭାବ ଶାଳୀ ଟ୍ରକ୍ ମାଲିକ ମାନଂକ ମନ ମାନି ଯୋଗୁ କ୍ରୋମାଇଟ ପରିବହନକୁ ନିୟତ୍ରଣ ରେ ରଖି ଆଇନ ବ୍ୟବସ୍ଥା ମାନୁ ନାହାଁନ୍ତି ଯାହା ଫଳରେ ଟ୍ରାଫିକ ସମସ୍ୟା ଦେଖା ଯାଉଚି l ଫlର୍ଷ୍ଟ କମ୍ ଫlର୍ଷ୍ଟ୍ ଲୋଡ ର ମାନ୍ୟବର ହାଇକୋର୍ଟ ନିୟମ କୁ ଖିଲାପ କାରା ଯାଉଛି ଜିଲ୍ଲା ପୋଲିସ ପ୍ରଶାସନ ବୈଠକ ପରେ ବୈଠକ କରିଲେ ମଧ୍ୟ୍ୟ ଅଧିକାଂଶ ସମୟରେ ବିଫଳ ହେଉଛି ଏହି ସମସ୍ୟା ଲାଗି ରହିଛି ଏବେ
: ଖଣିଅଞ୍ଚଳ ମୁଖ୍ୟରାସ୍ତା ଟମକା-ମଙ୍ଗଳପୁର ସଡ଼କରେ ଉଦ୍ଦେଶ୍ୟମୂଳକ ଭାବେ ରାସ୍ତାଜାମ୍ ଅଭିଯୋଗରେ କାଳିଆପାଣି ପୁଲିସ ପକ୍ଷରୁ ଗତକାଲି ୭୨ଟି ଟ୍ରକ୍କୁ କଳା ତାଲିକାଭୁକ୍ତ କରାଯାଇଥିଲା। ଆଶା କରାଯାଉଥିଲା ପରିସ୍ଥିତିରେ ସୁଧାର ଆସିବ ବୋଲି। ହେଲେ ଆଜି ପୁଣି ସେହି କଲରଙ୍ଗି ଢାବା ଛକରୁ କୁସୁମୁଣ୍ଡିଆ ପର୍ଯ୍ୟନ୍ତ ପାଖାପାଖି ୩ କିଲୋମିଟର ଦୂର ଜଙ୍ଗଲ ମଧ୍ୟସ୍ଥ ସଡ଼କରେ ସଂଧ୍ୟାରୁ ସାଙ୍ଘାତିକ ରାସ୍ତାଜାମ୍ ଦେଖାଯାଇଛି। ପୁଣି କିଛି ଅସାଧୁ ଟ୍ରକ୍ ମାଲିକ ଓ ଡ୍ରାଇଭର ପୁଲିସର କାର୍ଯ୍ୟାନୁଷ୍ଠାନକୁ ଫୁ କରି ଉଡ଼ାଇଦେବା ସହ ଫାଷ୍ଟ୍ କମ୍, ଫାଷ୍ଟ୍ ଲୋଡ୍ ନିୟମକୁ ଚ୍ୟାଲେଞ୍ଜ୍ କରିଛନ୍ତି। ପରିତ୍ୟକ୍ତ ଟାଟା ୧ ନମ୍ବର ଖଣି ପାଖ ସଡ଼କରୁ କାକୁଡ଼ିଆ ଗାଁ ଛକ ପର୍ଯ୍ୟନ୍ତ ବାଇକ୍ ଗଳିବାକୁ ବି ଫେର ନଥିଲା। କାଳିଆପାଣି ଓଏମ୍ସି ବସଷ୍ଟାଣ୍ଡ ଓ କାଠପାଳକୁ ଯାତ୍ରା କରୁଥିବା ୬ଟି ଯାତ୍ରୀବାହୀ ବସ୍ ଘଣ୍ଟାଘଣ୍ଟା ଧରି ସଡ଼କରେ ଫସି ରହିଥିଲେ। ଯାଜପୁରରୋଡ଼ ପର୍ଯ୍ୟନ୍ତ ଷ୍ଟାଫ୍ ବସରେ ଘର ଫେରିବାକୁ ଥିବା କାଳିଆପାଣି ବାଲେଶ୍ବର ଆଲଏଜ୍ ଖଣିର ୫୦ ରୁ ଅଧିକ କର୍ମଚାରୀ ଭୋକ ଉପାସରେ ଘଣ୍ଟାଏରୁ ଅଧିକ ସମୟ ଧରି ସେଇଠି ଅଟକି ରହିଥିଲେ। କ୍ରୋମ୍ ଉପତ୍ୟକାର ବିଭିନ୍ନ କ୍ରିୟାଶୀଳ ଖଣିରୁ କ୍ରୋମ୍ ପରିବହନ ଆଶାରେ ଆସିଥିବା ଟ୍ରକ୍ ସବୁ କଲରଙ୍ଗିରୁ କୁସୁମୁଣ୍ଡିଆ ଆଡ଼କୁ ୩ କିଲୋମିଟର ପର୍ଯ୍ୟନ୍ତ ଧାଡ଼ି ଲମ୍ବାଇଥିବା ଦେଖାଯାଇଥିଲା। ଟ୍ରାଫିକ ନିୟନ୍ତ୍ରଣରେ ପୁଲିସର ଅସହାୟତା ସ୍ପଷ୍ଟ ବାରିହୋଇ ପଡ଼ୁଥିଲା। ଅଧାବାଟରେ ଟ୍ରକ୍ ସବୁକୁ ଧାଡ଼ିରେ ରଖି ବେକାର ବସିଥିବା ଡ୍ରାଇଭରମାନେ ସଡ଼କ ଉପରେ ନିଜନିଜ ଦୁଃସ୍ଥିତି ଓ ସମସ୍ୟା ନେଇ ଦୁଃଖ ପ୍ରକାଶ କରୁଥିଲେ। ଆସନ୍ତାକାଲି ଟ୍ରକ୍ ସିରିଆଲ୍ ନମ୍ବର ଲେଖାଯିବାକୁ ଥିବାରୁ ସେମାନଙ୍କୁ ରାତିସାରା ଉଜାଗର ରହି ଆଗକୁ ଗାଡ଼ି ଗଡ଼ାଇବାକୁ ପଡ଼ିବ ବୋଲି ସେମାନେ ମତ ରଖିଥିଲେ। ନଚେତ୍ ଧାଡ଼ିକୁ ଅନ୍ୟ ଗାଡ଼ି ମାଡ଼ି ବସିବେ ବୋଲି କହିଥିଲେ। ଏଭଳି ଅଭାବନୀୟ ପରିସ୍ଥିତି ପାଇଁ ଆମକୁ ଏହି ଜଙ୍ଗଲ ମଧ୍ୟସ୍ଥ ସଡ଼କରେ ଭୋକ ଉପାସରେ ରାତି କାଟିବା ଛଡ଼ା ଅନ୍ୟ ଚାରା ନାହିଁ ବୋଲି ଦୂର ଦୂରାନ୍ତ ଅନ୍ୟ ଜିଲ୍ଲାର ଟ୍ରକ୍ ଡ୍ରାଇଭର କାଳନ୍ଦୀ ସେଠୀ, ଦୁଃଶାସନ ମଲ୍ଲିକ, ଆଲୋକ ସେଠୀ, ଲିପୁ ସେଠୀ, ବିକ୍ରମ ନାୟକ, ଅଜୟ ସେଠୀ, ପ୍ରାଣବନ୍ଧୁ ସେଠୀ, ନାରାୟଣ ସେଠୀ ପ୍ରମୁଖ କ୍ଷୋଭର ସହ କହିଥିଲେ। ଏ ସଂପର୍କରେ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକଙ୍କୁ ଯୋଗାଯୋଗ କରିବାରେ ସେ ଆଜି ପୁରୀ ଡ୍ୟୁଟିରେ ଆସିଥିବା କହିଥିଲେ।
ଖଣି ଉପତ୍ୟକା ରେ ଟ୍ରାଫିକ ସମସ୍ୟା ପାଇଁ ଦାୟୀ କିଏ ?
Leave a comment