ଆସନ୍ତା ୨୬ ତାରିଖ ରେ ୧୮ ତମ ଲୋକସଭାର ବାଚସ୍ପତି ନିର୍ବାଚନ ହେବ । ଇଣ୍ଡିଆ ମେଣ୍ଟ ଏହି ନିର୍ବାଚନ ରେ ବିଜେପି ର କେହି ବାଚସ୍ୱତି ନ ହୁଅନ୍ତି ବରଂ ଜେଡ଼ିୟୁ କିମ୍ବା ଟିଡ଼ିପି ରୁ ହୁଅନ୍ତୁ ବୋଲି ମତ ଦେଇଛି । ଏହି ସମୟରେ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦିଲ୍ଲୀ ସ୍ଥିତ ବାସଭବନ ରେ ଏନଡ଼ିଏ ର ବୈଠକ ବସିଛି । ବିଜେପି ପକ୍ଷରୁ ବାଚସ୍ପତି ରେସ ରେ ଅଛନ୍ତି ରାଧାମୋହନ ସିଂ । ଏହି ପରି ଓମ ବିର୍ଲାଙ୍କ ନାମ ମଧ୍ୟ ନେଇ ଚର୍ଚ୍ଚା ହେଉଛି । ଆନ୍ଧ୍ରପ୍ରଦେଶ ର ବିଜେପି ସଭାପତି ଡ଼ି. ଉରେନେ୍ଦାଶ୍ôରୀ ଙ୍କୁ ନେଇ ମଧ୍ୟ ଚଚ୍ଚର୍୍ା ହେଉଛି । ସେହିପରି ବିରୋଧି ଙ୍କ ପକ୍ଷରୂ ଉପବାଚସ୍ପତି ପଦ ପାଇଁ ଦାବି କରିଛି ଏନଡ଼ିଏ ମେଣ୍ଟ । ଯଦି ଏନଡ଼ିଏ ଇଣ୍ଡି୍ଆ ମେଣ୍ଟ ର ଦାବି କୁ ଗ୍ରହଣ ନକରେ ତେବେ ଇଣ୍ଡିଆ ମେଣ୍ଟ ନିଜ ତରଫରୁ ବାଚସ୍ପତି ପ୍ରାଥର୍୍ୀ ଦେଇପାରେ ବୋଲି କୁହାଯାଉଛି । ମୋଦି ସରକାରଙ୍କ ସଂସଦ ର ବଜେଟ ଅଧିବେଶନ ଜୁନ ୨୪ ରେ ଆରମ୍ଭ ହୋଇପାରେ । ସେହିପରି ଜୁନ ୨୬ ରେ ଲୋକସଭା ବାଚସ୍ପତ୍ି କିଏ ହେବ ଜଣାପଡ଼ିବ । ତଥ୍ୟ ଅନୁସାରେ ସଂସଦ ର ୮ ଦିନିଆ ଅଧିବେଶନ ୁଜୁନ ୨୪ ରୁ ଜୁଲାଇ ୩୦ ପର୍ଯ୍ୟନ୍ତ ଜାଳିବାର ଅଛି । ସ୍ୱତନ୍ତ୍ର ଅଧିବେଶନ ରେ ଜୁନ ୨୪ ଓ ୨୫ ତାରିଖ ରେ ନୁଆ ସଂସଦ ମାନେ ଶପଥ ଗ୍ରହଣ କରିପାରନ୍ତି । ସେହିପରି ଜୁନ ୨୬ ରେ ଲୋକସଭା ବାଚସ୍ପତି ନିର୍ବାଚନ ହେବାର ସମ୍ଭାବନା ରହିଛି ।