ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣନା ଚାଲିଛି । ସେଠାରେ ସରକାର ବଞ୍ଚାଇବା ବିଜେପି ପାଇଁ ଏକ ଚ୍ୟାଲେଞ୍ଚ ହୋଇପଡିଛି । ପ୍ରଥମେ ପୋଷ୍ଟାଲ ବାଲାଟ୍ ଗଣନା କରାଯାଉଛି । ଏଥି ସହିତ ଏକଜିଟ୍ ସର୍ଭେ ଅନୁଯାୟୀ କଂଗ୍ରେସ ପୁଣି କ୍ଷମତାକୁ ଫେରିବାର ସମ୍ଭାବନା ରହିଛି ।ମେ ୧୦ ରେ ସମସ୍ତ ୨୨୪ ଟି ଆସନ ପାଇଁ ମତଦାନ ଅନୁଷ୍ଠିତ ହୋଇଥିଲା । ଗତ ବିଧାନସଭା ନିର୍ବାଚନରେ ମଧ୍ୟ କୌଣସି ଦଳ ସଂପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିନଥିଲେ । କଂଗ୍ରେସ ଜେଡିଏସ୍ ସହିତ ମିଳିତ ଭାବେ ସେଠାରେ ସରକାର ଗଠନ କରିଥିଲା ।ତେବେ କର୍ଣ୍ଣାଟକରେ କଂଗ୍ରେସ ବିଜୟ ଆଡକୁ ପାଦ ବଢ଼ାଇବାରେ ଲାଗିଛି । ଏପରି ପରିସ୍ଥିତିରେ କଂଗେଅ୍ରସ ନେତା ଡିକେ ଶିବକୁମାର ସମସ୍ତ ବିଧାୟକଙ୍କୁ ଫୋନ କରି ସମ୍ପର୍କରେ ରହିଛନ୍ତି । କଂଗ୍ରେସ ବିଧାୟକ ଦଳର ବୈଠକ ଆସନ୍ତାକାଲି ଅନୁଷ୍ଠିତ ହେବ ।ବିଧାନସଭା ନିର୍ବାଚନ ପାଇଁ ବର୍ତ୍ତମାନ ସୁଦ୍ଧା କର୍ଣ୍ଣାଟକରେ ସର୍ବାଧିକ ୭୩.୧୯% ମଦତାନ ହୋଇଥିଲା । କଂଗ୍ରେସକୁ ସବୁଠାରୁ ଅଧିକ ୪୩ % ଭୋଟ୍ ମିଳିଥିବା ବେଳେ ବିଜେପିକୁ ବର୍ତ୍ତମାନ ସୁଦ୍ଧା ୩୬ ପ୍ରତିଶତ ଭୋଟ୍ ମିଳିଛି ।
ଆଜି କର୍ଣ୍ଣାଟକ ରାଜ୍ୟରେ ବିଧାନସଭା ଭୋଟ୍ ଗଣନା ଚାଲିଥିବା ବେଳେ ଶିଗ୍ଗାଓଁସ୍ଥିତ ‘ବିଜେପି’ କ୍ୟାମ୍ପ୍ ଅଫିସ୍ ପରିସରକୁ ନାଗସାପଟିଏ ପଶି ଆସିଥିବା କଥା ‘ଏଏନ୍ଆଇ’ ରିପୋର୍ଟ କରିଛି। ସକାଳେ ଉକ୍ତ କ୍ୟାମ୍ପ୍ ଅଫିସରେ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ ଆସି ପହଞ୍ଚିବା ମାତ୍ରେ ସେଠାରେ ନାଗସାପଟିଏ ପଶିଥିବାର ଦେଖାଯାଇଥିଲା। ନାଗସାପଟି ଏପାଖ ସେପାଖ ହୋଇ ଯାଉଥିବା ବେଳେ ଉପସ୍ଥିତ ଲୋକେ ପାଟିତୁଣ୍ଡ କରି ବଡ଼ ଗୋଳମାଳିଆ ପରିସ୍ଥିତି ସୃଷ୍ଟି କରିଥିଲେ। ପରେ ଉକ୍ତ ନାଗସାପଟିକୁ ଧରାଯାଇ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଫିସ୍ ପରିସରକୁ ନିରାପଦ ବୋଲି ସୁନିଶ୍ଚିତ କରାଯାଇଥିଲା।