ଦଶହରା ପର୍ବ ହେଉଛି ହିନ୍ଦୁ ଧର୍ମର ପ୍ରମୁଖ ପର୍ବ। ଏହା ବିଜୟା ଦଶମୀ ନାମରେ ମଧ୍ୟ ଜଣାଶୁଣା। ମା’ଙ୍କ ଆଗମନ ପାଇଁ ଚଳ ଚଞ୍ଚଳ ଧରାପୃଷ୍ଠ l ସବୁଠି ଚଳ ଚଞ୍ଚଳ ପୂଜା ପୀଠ ଓ ମଣ୍ଡପ ଗୁଡ଼ିକ । ତେବେ ଆସନ୍ତୁ ଜାଣିବା କାହିଁକି ପାଳନ କରାଯାଏ ଦଶହରା ? ବିଜୟୀ ଦଶମୀ ହେଉଛି ଅସତ୍ୟ ଉପରେ ସତ୍ୟର ଜୟ। ଆଜି ପ୍ରଭୁ ଶ୍ରୀ ରାମଚନ୍ଦ୍ର ରାବଣକୁ ଵଧ କରି ପୃଥିବୀରେ ଧର୍ମର ସ୍ଥାପନା କରିଥିଲେ। ରାବଣର ଅତ୍ୟାଚାର ଏବଂ ଅଧର୍ମରୁ ଲୋକଙ୍କୁ ଉଦ୍ଧାର କରିଥିଲେ। ସେଇଦିନ ଠାରୁ ପ୍ରତି ଵର୍ଷ ଅତି ଧୁମଧାମ ପାଳନ କରାଯାଏ ଦଶହରା ବା ବିଜୟା ଦଶମୀ ।ପ୍ରାଚୀନ କାଳରେ, ଶତ୍ରୁମାନଙ୍କ ଉପରେ ବିଜୟ ଲାଭ କରିବା ପାଇଁ କ୍ଷତ୍ରିୟମାନେ ଯୁଦ୍ଧ ପାଇଁ ଏହି ଦିନ ବାଛିଥିଲେ। ପୌରାଣିକ କଥା ଅନୁଯାୟୀ, ଭଗବାନ ରାମ ଦଶହରା ଦିନ ରାବଣକୁ ହତ୍ୟା କରିଥିଲେ।ଅନ୍ୟ ଏକ ବିଶ୍ୱାସ ଅନୁଯାୟୀ, ମାତା ଦୁର୍ଗା ଏହି ଦିନ ରାକ୍ଷସ ମହିଷାସୁରକୁ ବଦ୍ଧ କରିଥିଲେ। ବିଜୟର ପ୍ରତୀକ ଭାବେ ଦଶହରା ଦିନକୁ ପାଳନ କରା ହୋଇଆସୁଛି। ବିଶ୍ୱାସ କରାଯାଏ ଯେ ଏହି ଦିନରେ ଯେକୌଣସି କାର୍ଯ୍ୟ କରାଯାଏ, ଏହାର ଶୁଭ ଫଳ ମିଳିଥାଏ |
ପ୍ରତିବର୍ଷ ଏହି ପର୍ବ ଅଶ୍ୱିନ ମାସ ଶୁକ୍ଲ ପକ୍ଷ ଦଶମୀ ତିଥିରେ ପାଳନ କରାଯାଏ। ଦଶହରାରେ ଅସ୍ତ୍ର ପୂଜା କରିବାର ନିୟମ ମଧ୍ୟ ରହିଛି। ସନାତନ ପରମ୍ପରାରେ ଉଭୟ ଅସ୍ତ୍ରଶସ୍ତ୍ର ଏବଂ ଶାସ୍ତ୍ର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଶାସ୍ତ୍ରର ସୁରକ୍ଷା ଏବଂ ଆତ୍ମରକ୍ଷା ପାଇଁ ଏକ ଧାର୍ମିକ ଉପାୟରେ ଅସ୍ତ୍ର ବ୍ୟବହାର କରାଯାଇଛି। ଅସ୍ତ୍ର ପୂଜା କରିବାର ପରମ୍ପରା ଆଜି ବି ଜାରି ରହିଛି।