ଆଜି ଧନତେରସ । ଧନତେରସ ଅବସରରେ ଗହଣା ବ୍ୟବସାୟୀ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ରିହାତି ଓ ଉପହାର ଦେଉଛନ୍ତି । ରାଜ୍ୟର ଅଗ୍ରଣୀ ଅଳଙ୍କାର ବ୍ୟବସାୟୀ ମାନେ ଏହି ଧନତେରାସ ଅବସରରେ ଅନେକ ଅଫର ରଖିଛି।ସୁନା, ରୁପା ଓ ଡାଏମଣ୍ଡ କିଣିଲେ ଗଢ଼ା ମୂଲ୍ୟ ଉପରେ ଆକର୍ଷଣୀୟ ରିହାତି ରହିଛି ।ଏହି ମାସ ଶେଷ ପର୍ଯ୍ୟନ୍ତ ଅଫର ରହିଛି ।ଆଜି ଦେବ ଚିକିତ୍ସକ ଧନ୍ୱନ୍ତରୀଙ୍କ ଜୟନ୍ତୀ । ଏହାକୁ ଧନତେରାସ୍ ଭାବେ ପାଳନ କରାଯାଏ ।
ଦୀପାବଳି ପୂର୍ବରୁ ଧନ୍ୱନ୍ତରୀଙ୍କ ଜୟନ୍ତୀ ପଡୁଥିବା ବେଳେ ଏହି ଅବସରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଏ ।ଘରେ ଓ ବ୍ୟାବସାୟିକ ପ୍ରତିଷ୍ଠାନରେ ଧନଧାତ୍ରୀଙ୍କ ଲାଗି ସ୍ୱତନ୍ତ୍ର ଆୟୋଜନ ହୁଏ ।ଏହି ତିଥିରେ ସୁନା କିଣିଲେ ମାଆ ଲକ୍ଷ୍ମୀଙ୍କ କୃପା ମିଳିଥାଏ ବୋଲି ବିଶ୍ୱାସ ରହିଛି । ଏଣୁ ସୁନା ଦୋକାନ ଗୁଡିକରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥାଏ । ଶାସ୍ତ୍ର ଅନୁଯାୟୀ, ଭଗବାନ ଧନନ୍ତ୍ୱରୀ ଏହି ଦିନ ଜନ୍ମ ହୋଇଥିଲେ। ତେଣୁ ଏହାକୁ ଧନତେରାସ ପର୍ବ ଭାବରେ ପାଳନ କରାଯାଏ। ଧନନ୍ତ୍ୱରୀ ଅମୃତ କଳସ ଧରି ସମୁଦ୍ରରୁ ପ୍ରକଟ ହୋଇଥିଲେ, ତେଣୁ ଏହି ଦିନ ବାସନ କିଣିବାର ପରମ୍ପରା ରହିଛି। ସେ କଳସରେ ଥିବା ଅମୃତ ଦେଇ ଦେବତାମାନଙ୍କୁ ଅମର କରିଦେଲେ। ଧନନ୍ତ୍ୱରୀ ଜନ୍ମ ହେବାର ଦୁଇ ଦିନ ପରେ ସମୁଦ୍ର ମନ୍ଥନରୁ ଦେବୀ ଲକ୍ଷ୍ମୀଙ୍କ ଆବିର୍ଭାବ ହେଲା। ତେଣୁ ଦୀପାବଳିର ଦୁଇ ଦିନ ପୂର୍ବରୁ ଧନତେରାସ ପର୍ବ ପାଳନ କରାଯାଏ।ଶାସ୍ତ୍ର ଅନୁଯାୟୀ ଭଗବାନ ଧନନ୍ତ୍ୱରୀ ହେଉଛନ୍ତି ଦେବତାମାନଙ୍କର ଚିକିତ୍ସକ। ତେଣୁ ଧନନ୍ତ୍ୱରୀଙ୍କ ଭକ୍ତି ଏବଂ ଉପାସନା ଦ୍ୱାରା ସ୍ୱାସ୍ଥ୍ୟ ଉପକାର ମିଳିଥାଏ।