କଣ ଏବେ ସେହି ମୟୁରଭଞ୍ଜ ମାଟିର ପୁଅ ଆମ ରାଜ୍ୟ ଓଡ଼ିଶାର ଆଗାମୀ ମୁଖ୍ୟମନ୍ତ୍ରୀ ହେବ କି ? ଏହିଭଳି ଚର୍ଚ୍ଚା ଏବେ ଜୋର ଧରିଛି। ଦଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ମୁଖପାତ୍ର ସମ୍ବିତ ପାତ୍ର, ରାଷ୍ଟ୍ରୀୟ ଉପାଧ୍ଯକ୍ଷ ବୈଜୟନ୍ତ ପଣ୍ଡା, ପ୍ରତାପ ଷଡ଼ଙ୍ଗୀ ପ୍ରମୁଖଙ୍କ ନାମ ମୁଖ୍ୟମନ୍ତ୍ରୀ ପାଇଁ ଚର୍ଚ୍ଚା ହେଉଛି। ହେଲେ ଏବେ ଏମାନଙ୍କ ବ୍ୟତୀତ ଆଉ ଏକ ନାଁ ସାମ୍ନାକୁ ଆସିଲାଣି ଦେଶର କମ୍ପଟ୍ରୋଲର ଆଣ୍ଡ ଅଡ଼ିଟର ଜେନେରାଲ ଅଫ୍ ଇଣ୍ଡିଆ ଥିବା ଓଡ଼ିଆ ପୁଅ ଗିରୀଶଚନ୍ଦ୍ର ମୁର୍ମୁଙ୍କ ନା।ଜମ୍ମୁକାଶ୍ମୀରର ପ୍ରଥମ ଉପରାଜ୍ୟପାଳ ହୋଇଥିଲେ ମୁର୍ମୁ । ଭାରତ ସରକାରଙ୍କ କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ ସିଏଜି ଗିରିଶ ଚନ୍ଦ୍ର ମୁର୍ମୁ ଜାତିସଂଘର ଆଭ୍ୟନ୍ତରୀଣ ସମୀକ୍ଷକ ସମିତିର ଉପାଧ୍ୟକ୍ଷ ଭାବେ ୨୦୨୩ ରେ ନିର୍ବାଚିତ ହୋଇଥିଲେ । ୧୯୮୫ ବ୍ୟାଚର ଗୁଜୁରାଟ କ୍ୟାଡରର ଆଇଏଏସ୍ ଗିରୀଶ ଚନ୍ଦ୍ର ମୁର୍ମୁ ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କର ବ୍ୟକ୍ତିଗତ ସଚିବ ରହିଥିଲେ। ସେ ମୟୁରଭଞ୍ଜ ଜିଲ୍ଲା ବେତନଟୀ ରେ ୧୯୫୯ ନଭେମ୍ବର ୨୧ ରେ ଜନ୍ମ ଗ୍ରହଣ କରିଥିଲେ ।ଉତ୍କଳ ବିଶ୍ଵବିଦ୍ୟାଳୟରେ ସେ ରାଜନୀତି ବିଜ୍ଞାନର ସ୍ନାତକତର ହାସିଲ କରିଥିଲେ।