ବିବାଦ ବଢ଼ିବା ପରେ ଶେଷରେ ବଦଳିବ ‘ଆଦିପୁରୁଷ’ ଫିଲ୍ମର ଡାଇଲଗ୍ । ବିବାଦୀୟ ଡାଏଲଗକୁ ବାଦ୍ ଦେବାକୁ ପ୍ରଯୋଜନା ସଂସ୍ଥା ନିଷ୍ପତ୍ତି ନେଇଛି । ଆଜି ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଫିଲ୍ମର ଲେଖକ ମନୋଜ ମୁନ୍ତସିର ଶୁକ୍ଲା । ସିନେମାରେ ଥିବା କିଛି ଡାଏଲଗ୍ ଯାହା ଲୋକଙ୍କ ଭାବାବେଗକୁ ଆଘାତ ଦେଇଛି ।
ମନୋଜ ଫିଲ୍ମର ୪ ହଜାରରୁ ଅଧିକ ପଂକ୍ତି ଲେଖିଛନ୍ତି, ସେଥିରୁ ମାତ୍ର ୫ଟି ପଂକ୍ତିକୁ କିଛି ଲୋକ ପସନ୍ଦ କରିନାହାନ୍ତି । ଏନେଇ ବହୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିବା ସ୍ୱୀକାର କରିଛନ୍ତି ମନୋଜ । ତେଣୁ ଯେଉଁ କିଛି ଡାଏଲଗ ଦର୍ଶକମାନଙ୍କ ଭାବନାକୁ ଆଘାତ ଦେଇଛି, ସେଥିରେ ସଂଶୋଧନ କରାଯାଇ ଫିଲ୍ମରେ ସାମିଲ କରାଯିବ ବୋଲି ସେ କହିଛନ୍ତି । ଏହା ବ୍ୟତୀତ ମନୋଜ କିଛି ଜାତୀୟ ଗଣମାଧ୍ୟମକୁ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କି, ଲୋକମାନେ ୫ଟି ସଂଳାପ ଉପରେ ଆପତ୍ତି ଆଣିଛନ୍ତି । ସେଗୁଡିକ ପରିବର୍ତ୍ତନ ହେବ । ଯଦି ଲୋକମାନେ ଏହାକୁ ପସନ୍ଦ କରୁନାହାନ୍ତି ସେଗୁଡ଼ିକୁ ପରିବର୍ତ୍ତନ କରିବା ଆମର ଦାୟିତ୍ୱ । ଏହାଛଡ଼ା ମନୋଜ ତାଙ୍କ ଟ୍ୱିଟରରେ ଏହି ବିବାଦକୁ ନେଇ କିଛି ପ୍ରଶ୍ନ କରିଥିବା ଦେଖିବାକୁ ମିଳିଛି । ସେ ଲେଖିଛନ୍ତି, ମୁଁ ଜାଣିପାରୁନାହିଁ ଆପଣମାନେ ମୋ କପାଳରେ ଦେଶଦ୍ରୋହୀ ଲେଖିବାକୁ ଏତେ ତତ୍ପର କାହିଁକି ? ଜୟ ଶ୍ରୀ ରାମ ଗୀତ ଶୁଣି ନାହାଁନ୍ତି, ଆପଣ ଶିବୋହମ୍ କିମ୍ବା ରାମ ସିୟା ରାମ ଶୁଣି ନାହାଁନ୍ତି କି ? ଆଦିପୁରୁଶରେ ସନାତନଙ୍କର ଏହି ପ୍ରଶଂସା ମଧ୍ୟ ମୋ ଦ୍ୱାରା ଲିଖିତ । ମୋର ଆପଣଙ୍କ ନିକଟରେ କୌଣସି ଅଭିଯୋଗ ନାହିଁ ।