ବଜ୍ରପାତରୁ ରକ୍ଷା ପାଇବାକୁ ପାରମ୍ପରିକ ପଦ୍ଧତି ଆପଣାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସାରା ରାଜ୍ୟରେ ତାଳଗଛ ଲଗାଯିବ। ଗ୍ରାମାଞ୍ଚଳରେ ବହୁ ପରିମାଣରେ ତାଳଗଛ ଲଗାଇବାକୁ ୨୦୨୩ ସେପ୍ଟେମ୍ବର ମାସରେ ନିଷ୍ପତ୍ତି ହୋଇଥିଲା। ଏବର୍ଷ ତାହାକୁ କାର୍ଯ୍ୟକାରୀ କରିବାକୁ ବନ ବିଭାଗ ଅଣ୍ଟା ଭିଡ଼ିଛି। ଏଣିକି ବିନା ଅନୁମତିରେ ତାଲଗଛ କାଟିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ବନବିଭାଗଠାରୁ ବିନା ଅନୁମତିରେ ନିଜ ବାଡ଼ିରୁ ମଧ୍ୟ ତାଳ ଗଛ କାଟିପାରିବେ ନାହିଁ । ତାଳ ଗଛ କଟାରେ ରୋକ ନେଇ ପିସିସିଏଫ ଦେବୀଦତ୍ତ ବିଶ୍ୱାଳଙ୍କ ସୂଚନା । ରାଜ୍ୟରେ ବଜ୍ରପାତ ଜନିତ ମୃତ୍ୟୁରେ ରୋକ ଲଗାଇବାକୁ ପଦକ୍ଷେପ ନିଆଯାଇଛି ।ଭୁବନେଶ୍ବର, କଟକ, ବାଲେଶ୍ବର, ଭଦ୍ରକ ପରି ସହର ସମେତ ଉପକୂଳ ଓଡ଼ିଶାରେ ବ୍ୟାପକ ତାଳଗଛ ରୋପଣ ଦିଗରେ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।