ଆଜି ବିଶ୍ୱ ଥାଲାସେମିଆ ଦିବସ। ଥାଲାସେମିଆ ହେଉଛି ଏକ ବଂଶାନୁଗତ ରକ୍ତରୋଗ। ଏହି ରୋଗ ବିରୋଧରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତି ବର୍ଷ ମେ ୮ ତାରିଖରେ ବିଶ୍ୱ ଥାଲାସେମିଆ ଦିବସ ପାଳିତ ହେଉଛି। ଓଡ଼ିଶା ହେଉଛି ଭାରତରେ ପ୍ରଥମ ରାଜ୍ୟ ଯେଉଁଠି ମାଗଣାରେ ଥାଲାସେମିଆ ରୋଗୀଙ୍କ ଦେହରେ ଥିବା ଅତ୍ୟଧିକ ଲୌହଅଂଶ ବାହାର କରିବା ପାଇଁ ଦାମୀ ଔଷଧ ଯୋଗାଇ ଦିଆଯାଇଥିଲା। ଏସ୍ସିବିରେ ମଧ୍ୟ ଗର୍ଭାବସ୍ଥାରେ ଭ୍ରୃଣରୁ ଥାଲାସେମିଆ ରୋଗ ଚିହ୍ନଟ ପାଇଁ ରହିଛି ଜେନେନେଟିକ୍ ଲାବୋରେଟୋରି। ଫଳରେ ଗର୍ଭାବସ୍ଥାରୁ ବି ଶିଶୁ ଥାଲାସେମିଆ ରୋଗରେ ଆକ୍ରାନ୍ତ ନା ନାହିଁ ତାହା ସ୍ପଷ୍ଟ ହୋଇପାରିବ। ଥାଲାସେମିଆ ରୋଗ ନିରୂପଣଠାରୁ ଆରମ୍ଭ କରି ସମସ୍ତ ପ୍ରକାର ଅତ୍ୟାଧୁନିକ ଚିକିତ୍ସା ଏସ୍ସିବିରେ ମାଗଣାରେ ଉପଲବ୍ଧ ବୋଲି ପ୍ରଫେସର ଡାକ୍ତର ଜେନା ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଯେଉଁମାନେ ଏହି ରୋଗରେ ଆକ୍ରାନ୍ତ ଓ ନିୟମିତ ରକ୍ତର ଆବଶ୍ୟକତା ପଡୁଛି ସେମାନଙ୍କ ଚିକିତ୍ସା, ଯାତାୟତ ଖର୍ଚ୍ଚ ପାଇଁ ସରକାରଙ୍କ ପକ୍ଷରୁ ମାସକୁ ୫ଶହ ଟଙ୍କାର ପ୍ରତ୍ସୋହନ ରାଶି ପ୍ରଦାନ କରାଯାଉଛି। ଥାଲାସେମିଆ ଗ୍ରୀକ୍ ଶବ୍ଦ ‘ଥାଲାସାରୁ ଆସିଛି । ଏହି ରୋଗ ଏକ ‘ଜିନ୍ବାହିତ। ସାଧାରଣତଃ ଏହା ଏକ ରକ୍ତ ଅନିୟମିତା ଯୋଗୁଁ ଦେହରେ ପ୍ରବାହିତ ହେଉଥିବା ଲାଲ୍ ରକ୍ତ କଣିକା ସୃଷ୍ଟି କରିବାରେ ଅସମର୍ଥ ହୋଇଥାଏ। ଏବଂ ଲାଲ୍ କଣିକାଗୁଡିକ ନଷ୍ଟ ମଧ୍ୟ ହୋଇଯାଇଥାଏ। ଥାଲାସେମିଆ ରୋଗୀ ପ୍ରଥମେ କ୍ଲାନ୍ତ ଅନୁଭବ କରେ ଓ ଧୀରେ ଧୀରେ ରୋଗୀର ଶାରୀରିକ ବିକାଶ କମ୍ ହୋଇଯାଏ। ଏପରିକି ବିକଳାଙ୍ଗ ଅବସ୍ଥା ମଧ୍ୟ ହୋଇଯାଇଥାଏ। ତେଣୁ ରୋଗୀ ଦେହରେ ପ୍ରତ୍ୟେକ ୨-୩ ସପ୍ତାହରେ ଥରେ ନୂତନ ରକ୍ତ ପ୍ରବେଶ କରାଇବାକୁ ହୋଇଥାଏ।
ଆଜି ବିଶ୍ବ ଥାଲାସେମିଆ ଦିବସ..
Leave a comment