ଆଜି ହେଉଛି ବିଶ୍ୱ ପର୍ଯ୍ୟଟନ ଦିବସ । ପ୍ରତିବର୍ଷ ସେପ୍ଟେମ୍ବର ୨୭ ତାରିଖଟିକୁ ବିଶ୍ୱ ପର୍ଯ୍ୟଟନ ଦିବସ ରୂପେ ପାଳନ କରାଯାଇଥାଏ । ପର୍ଯ୍ୟଟନ ଶିଳ୍ପର ବିକାଶ ହିଁ ଉକ୍ତ ଦିବସ ପାଳନର ମୂଳ ଲକ୍ଷ୍ୟ । ଦେଖିବାକୁ ଗଲେ ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶାର ବିଶ୍ୱ ଦରବାରରେ ଯେଉଁ ସ୍ୱତନ୍ତ୍ରତା ରହିଛି ତାହା ବିଶ୍ୱର କମ୍ ସ୍ଥାନରେ ଦେଖିବାକୁ ମିଳିଥାଏ ।ଅନେକ ଲୋକ ନିଜର ବ୍ୟସ୍ତବହୁଳ ଜୀବନର ଥକ୍କାପଣ ମେଣ୍ଟେଇବା ପାଇଁ ଭ୍ରମଣ କରିବାକୁ ପସନ୍ଦ କରନ୍ତି । ବିଶେଷ କରି ଭ୍ରମଣ ଉତ୍ସାହୀମାନେ ଏହାକୁ ଅଧିକ ପସନ୍ଦ କରିଥାନ୍ତି । ଭ୍ରମଣ କଲେ ମନ ଫୁର୍ତ୍ତି ହୁଏ ଏବଂ ଏହା ଶରୀର ପାଇଁ ଔଷଧ ଭଳି କାମ କରିଥାଏ । ଏହାର ପ୍ରଭାବ କେବଳ ଶରୀର ଉପରେ ନୁହେଁ ମାନସିକ ସ୍ତରରେ ମଧ୍ୟ ଆପଣଙ୍କୁ ଶକ୍ତିଶାଳୀ କରିଥାଏ । ଆପଣଙ୍କ ଭିତରେ ସକରାତ୍ମକ ଭାବନା ସୃଷ୍ଟି ହୋଇଥାଏ । ସେଥିପାଇଁ ତ ଆଜିର ଦିନକୁ ବିଶ୍ୱ ପର୍ଯ୍ୟଟନ ପାଇଁ ଉତ୍ସର୍ଗ କରାଯାଇଛି ।