ବଲିଉଡ ଅଭିନେତ୍ରୀ ୟାମୀ ଗୌତମ ଏବଂ ଚଳଚ୍ଚିତ୍ର ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ଘରକୁ ଆସିଛନ୍ତି କୁନି ଅତିଥି। ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଅଭିନେତ୍ରୀଙ୍କ ସ୍ୱାମୀ ତଥା ଫିଲ୍ମ ପ୍ରଡ୍ୟୁସର ଆଦିତ୍ୟ ଧର ସୋସିଆଲ ମିଡିଆରେ ଏହି ଗୁଡ୍ ନ୍ୟୁଜ୍ ସେୟାର କରିଛନ୍ତି, ମା’ ହୋଇଛନ୍ତି ୟାମୀ ଗୌତମ। ଦମ୍ପତିଙ୍କର ପୁତ୍ର ସନ୍ତାନ ହୋଇଥିବା ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି ଆଦିତ୍ୟ। ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ ୟାମୀ। ୟାମୀ ଓ ଆଦିତ୍ୟ ନିଜ ପୁଅର ନାଁ ‘ବେଦାଭିଦ୍’ ରଖିଛନ୍ତି। ଏହା ଏକ ସଂସ୍କୃତ ନାମ। ବେଦ ଓ ଭିଦ୍କୁ ମିଶାଇ ପୁଅର ନାଁ ରଖିଛନ୍ତି ଏହି ବଲିଉଡ ଷ୍ଟାର୍। ଏହି ଖବର ଜଣାପଡିବା ପରେ ୟାମୀ ଓ ଆଦିତ୍ୟଙ୍କ ପାଖକୁ ଛୁଟିଛି ଶୁଭେଚ୍ଛାର ସୁଅ। ଅନେକ ଫ୍ୟାନ୍ସମାନଙ୍କ ତରଫରୁ ମଧ୍ୟ ତାଙ୍କ ନିକଟକୁ ଶୁଭେଚ୍ଛା ସୋସିଆଲ ମିଡ଼ିଆରେ ଆସୁଛି। ୨୦୨୧ ଜୁନ ୪ରେ ୟାମୀ ଓ ଆଦିତ୍ୟଙ୍କ ବିବାହ ହୋଇଥିଲା। ବିବାହର ତିନି ବର୍ଷ ପରେ ଉଭୟ ବାପା ମା ହେବାର ସୌଭାଗ୍ୟ ଅର୍ଜନ କରିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି। ୟାମୀଙ୍କୁ ବଲିଉଡ ଫିଲ୍ମ ‘ଆର୍ଟିକେଲ ୩୭୦’ରେ ଶେଷ ଥର ଦେଖିବାକୁ ମିଳିଥିଲା। ଏଥିରେ ତାଙ୍କର ଅଭିନୟକୁ ଫ୍ୟାନ୍ସମାନେ ଭୁରି ଭୁରି ପ୍ରଶଂସା କରିଥିଲେ।