ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଗତ ଦୁଇଦିନ ରେ ୬ ପ୍ରତିଶତ ନିଅଣ୍ଟିଆ ଭରଣ ହୋଇଛି। ଚଳିତ ମୌସୁମୀ ଋତୁରେ ୧ ଜୁନରୁ ୭ ଜୁଲାଇ ମଧ୍ୟରେ ୨୦୬.୮ ମିମି ବର୍ଷା ରେକର୍ଡ କରାଯାଇଛି। ଏହା ସ୍ୱାଭାବିକ ବର୍ଷା ୨୭୬.୬ ମିମି ତୁଳନାରେ ୨୫ ପ୍ରତିଶତ କମ ରହିଛି।ମୌସୁମୀ ଓଡ଼ିଶା ଛୁଁଇବା ପରେ ଲଘୁଚାପ ଯୋଗୁଁ ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ଭଲ ବର୍ଷା ହୋଇଥିଲା। ଲଘୁଚାପ ଯୋଗୁଁ ମୌସୁମୀ ସକ୍ରିୟ ରହିବା ସହିତ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗିରହିଥିଲା ।
ଏହାପର ଠାରୁ କୌଣସି ଲଘୁଚାପ ନ ହେବା କାରଣରୁ ରାଜ୍ୟରେ ବିଶେଷ ବର୍ଷା ହୋଇପାରୁ ନାହିଁ। ଆଜି ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ତେବେ ରବିବାର କିଛି ଜିଲ୍ଲାରେ ସମାନ ସ୍ଥିତି ଜାରି ରହିବା ସହିତ ସୋମବାରଠାରୁ ଅନେକ ସ୍ଥାନରେ ବର୍ଷାର ପରିମାଣ ବୃଦ୍ଧି ହେବାର ସମ୍ଭାବନା ରହିଛି।