ରାଉରକେଲା: ମାରାଥନ୍ କାର୍ଯ୍ୟକ୍ରମ ବେଳେ ଫୁଟିଲା ଗୁଳି। ଗୁଳିମାଡରେ ଜଣେ ଯୁବକ ଆହତ ହୋଇଛନ୍ତି। ଘଟଣା ଘଟିଛି ରାଉରକେଲା ସେକ୍ଟର ୩ ଥାନା ଅଞ୍ଚଳରେ। ଯୁବକଙ୍କ ପିଠିରେ ଗୁଳି ବାଜିଛି। ଯୁବକଙ୍କୁ ଗୁରୁତର ଅବସ୍ଥାରେ ଆଇଜିଏଚ୍ରେ ଭର୍ତ୍ତି କରାଯାଇଛି। ହେଲେ ଗୁରୁତର ଯୁବକଙ୍କ ପରିଚୟ ମଳିନାହିଁ। ଆଜି ସକାଳେ ସେକ୍ଟର ୩ ଛକରେ ମାରାଥନ୍ କାର୍ଯ୍ୟକ୍ରମ ଚାଲିଥିଲା। ଏହି ସମୟରେ ହଠାତ୍ ଜଣେ ଯୁବକଙ୍କ ପିଠିରେ ଗୁଳି ବାଜିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଆଇଜିଏଚ୍ରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରୁ ଏକ ଖୋକା ଜବତକରାଯାଇଛି। ତେବେ କିଏ ଓ କାହିଁକି ଯୁବକଙ୍କୁ ଗୁଳିମାଡ଼ କଲା ତାର କାରଣ ଅସ୍ପଷ୍ଟ ରହିଛି। ରାଉରକେଲା ସେକ୍ଟର ୩ ଥାନା ପୁଲିସ ଘଟଣାର ତଦନ୍ତ କରୁଛି।