ଓଡ଼ିଆ ସିନେଜଗତର ଜଣାଶୁଣା ଅଭିନେତ୍ରୀ ଜିନା ସାମଲ ବିଜେପିରୁ ଇସ୍ତଫା ଦେଇଥିବା ଜଣାଯାଇଛି। ସେ ନିଜର ଇସ୍ତଫା ପତ୍ର ଦଳ ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇଛନ୍ତି। ଜୀନା ବାଲେଶ୍ବର ଜିଲ୍ଲା ଭୋଗରାଇ ଆସନରୁ ପ୍ରାର୍ଥୀ ହେବା ଲାଗି ଆଶାୟୀ ଥିଲେ। ମାତ୍ର ବିଜେପି ତାଙ୍କୁ ଟିକେଟ ନ ଦେବା ଫଳରେ ସେ ଦଳ ଛାଡ଼ିଥିବା କୁହାଯାଉଛି। ଆଜି ଭାଜପାରୁ ଇସ୍ତଫା ଦେଇ ବିଜେଡିରେ ମିଶିଲେ ଅଭିନେତ୍ରୀ ଜିନା ସାମଲ । ଶଙ୍ଖଭବନରେ ପହଞ୍ଚି ବିଧିବଦ୍ଧ ଭାବେ ସେ ବିଜେଡିରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ସାମିଲ ହୋଇଥିବା ଜିନା କହିଛନ୍ତି।ଜୀନା ଓ ତାଙ୍କ ସ୍ୱାମୀ ରୁଦ୍ର ପାଣିଗ୍ରାହୀ ୨୦୨୩ ମାର୍ଚ୍ଚ ମାସରେ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଥିଲେ। ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ଓଲିଉଡ ଅଭିନେତ୍ରୀ ଜିନା ଓ ତାଙ୍କ ସ୍ୱାମୀ ରୁଦ୍ର ପାଣିଗ୍ରାହୀଙ୍କ ସହ ପ୍ରାୟ ୮୦ରୁ ଅଧିକ ବ୍ୟକ୍ତି ବିଜେପିରେ ଯୋଗ ଦେଇଥିଲେ। ବାଲେଶ୍ବର ବିଜେପି ଅଫିସରେ ଏକ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା।